Categories: ଜାତୀୟ

ମାଲେଗାଓଁ ବିସ୍ଫୋରଣ ମାମଲାର ଶୁଣାଣି କ୍ୟାମେରା ସାମ୍ନାରେ ହେବନି: କୋର୍ଟ

ମୁମ୍ବାଇ,୧।୧୦: ୨୦୦୮ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରାଯିବ ନାହିଁ ବୋଲି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ କହିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କ୍ୟାମେରା ଆଗରେ ଶୁଶାଣି କରିବାକୁ ଯେଉଁ ଆବେଦନ କରିଛନ୍ତି ତାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗଣମାଧ୍ୟମଗୁଡିକ ଏ ସଂକ୍ରାନ୍ତୀୟ ଖବର ପ୍ରସାରଣ କରିପାରିବ ନାହିଁ କିମ୍ବା ଏହାକୁ ନେଇ ବିତର୍କ, ସାକ୍ଷାତକାର ଓ ଆଲୋଚନା କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖବର ପ୍ରସାରଣ ଦ୍ୱାରା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇପାରେ ବୋଲି କୋର୍ଟ ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୯ରେ ମୁମ୍ବାଇର ମାଲେଗାଓଁ ଥିବା ଏକ ମସଜଦ୍‌ ନିକଟରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Share