ଭୋପାଳ,୩।୬: ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଭାଜପା ଏମ୍ପି ସାଧ୍ୱୀ ପ୍ରଜ୍ଞାଙ୍କୁ ଏନଆଇଏ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ କୌଣସି ସୁବିଧା ନ ଦେବା ସହ ଶୁଣାଣି ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସପ୍ତାହରେ ଅତି କମ୍ରେ ଗୋଟିଏ ଦିନ ହାଜର ହେବାକୁ କୋର୍ଟ ପକ୍ଷରୁ କୁହାଯାଇଛି। ଏବେ ସାଧ୍ୱୀ ସ୍ବାସ୍ଥ୍ୟଗତ କାରଣରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହେଲେ ଦୋଷମୁକ୍ତ କରିନାହାନ୍ତି। ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ଅନ୍ଲଫୁଲ ଆକ୍ଟଭିଟିଜ୍ ପ୍ରିବେସନ୍ (ୟୁଏପିଏ) ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମାଲେଗାଓଁ ବ୍ଲାଷ୍ଟ ଘଟଣାର ଯାଞ୍ଚ କରୁଛି ଏନ୍ଆଇଏ।