କୁଆଲାଲାମପୁର,୧୬।୮: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଜାକିର ନାଇକଙ୍କର ଚିନ୍ତା ବଢି ଯାଇଛି। କାରଣ ମାଲେସିଆ ସରକାର ତାଙ୍କୁ ପଚରା ଉଚରା ପାଇଁ ଗିରଫ କରିପାରନ୍ତି। ମାଲେସିଆ ଗୃହମନ୍ତ୍ରୀ କହିଛନ୍ତି ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପଚରା ଉଚରା କରାଯାଇପାରେ। ଭାରତରୁ ଫେରାର ଥିବା ଜାକିରଙ୍କୁ ଏବେ ମାଲେସିଆର କେତେଜଣ ମନ୍ତ୍ରୀ ସେଠାରୁ ବାହାର କରିଦେବାକୁ କହୁଥିବା ବେଳେ ଏବେ ତାଙ୍କୁ ଗିରଫ କରାଗଲେ ପରିସ୍ଥିତି ବଦଳିଯାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଜାକିର ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ କହିଥିଲେ କି ମାଲେସିଆରେ ହିନ୍ଦୁଙ୍କୁ ଭାରତରେ ମୁସଲମାସ ସଂଖ୍ୟାଲଘୁଙ୍କ ତୁଳନାରେ ଶହେ ଗୁଣ ଅଧିକ ଅଧିକାର ରହିଛି।