Categories: ଜାତୀୟ

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା କରିଛନ୍ତି। ରୁଷିଆର ଭ୍ଲାଡିଭୋଷ୍ଟକ୍‌ରେ ଏନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିବାଦୀୟ ଇସଲାମିକ୍‌ ଉପଦେଶ ଦେଉଥିବା ଜାକିର ୨୦୧୬ରେ ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିଲେ। ସେଠାକାର ନାଗରିକତ୍ୱ ମଧ୍ୟ ସେ ଗ୍ରହଣ କରିଛନ୍ତି। ଭାରତରେ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗ ରହିଛି।

Share