ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା ରବିବାର ରାତିରେ କୂଳ ଛାଡ଼ିଥିଲା। ଗତ ମାସ ୭ତାରିଖରୁ ବୈଷୟିକ ତ୍ରୁଟି ଯୋଗୁ କୂଳକୁ ଚାଲିଆସିଥିବା ଜାହାଜଟି ତାର ଗନ୍ତବ୍ୟସ୍ଥଳକୁ ଫେରିଯାଇଛି। କିନ୍ତୁ ଏହାରି ଏହାରି ଭିତରେ ଛାଡିଯାଇଛି ଅନେକ ସ୍ମୃତି ଏବଂ ସ୍ଥାନୀୟ ଲୋକଙ୍କୁ ଦେଇଯାଇଛି ଅନେକ ଅନୁଭୂତି। ଏହାର କଣ୍ଟେନରଟି ଅଲଗା ହୋଇ ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇ ସମୁଦ୍ର ମଧ୍ୟରେ ଓଲଟି ପଡିଥିଲା। ସେହିପରି ଜାହାଜରେ ଥିବା ତେଲ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବାର ଆଶଙ୍କା କରି ବିଭିନ୍ନ କଳ୍ପନା ଜଳ୍ପନା ଉଙ୍କି ମାରିଥିଲା। ଯାହାକୁ ନେଇ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା। ଜାହାଜରେ ଥିବା ୧୦ ଜଣ ବିଦେଶୀ କର୍ମଚାରୀଙ୍କ ଅସହାୟ ଅବସ୍ଥା ଦେଖି ସାହାରା ଦେଇଥିଲେ ସ୍ଥାନୀୟ ଖିରୀସାହି ଗ୍ରାମବାସୀ। ସେମାନଙ୍କ ସହ ପରିଚୟ ନ ଥିଲେ ବି ୪୦ ଦିନ ନିଜ ପାଖରେ ରଖି ଖାଇବାକୁ ଦେଇଥିଲେ ଗ୍ରାମବାସୀ। ଭାଷା ଓ ଚାଲିଚଳନର ପ୍ରଭେଦ ଥିଲେ ମଧ୍ୟ ଭାବର ଆଦାନ ପ୍ରଦାନରେ ଅତି ଅନ୍ତରଙ୍ଗ ପାଲଟି ଯାଇଥିଲେ ସେମାନେ। ନିଜ ଦେଶକୁ ଫେରି ଯାଉଥିବା ସମୟରେ ସେମାନଙ୍କୁ ଭୁଲି ପାରି ନାହାନ୍ତି ଏଠାକାର ବାସିନ୍ଦା।
ଜାହାଜଟି ଲାଗିବା ପରଠାରୁ ଏହି ସ୍ଥାନଟି କିଛି ଦିନ ପାଇଁ ପାଲଟି ଯାଇଥିଲା ଏକ ପର୍ଯ୍ୟଟନସ୍ଥଳୀ। ପ୍ରତ୍ୟେକ ଦିନ ଏହି ଜାହାଜ ଦେଖିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସୁଥିଲେ ଲୋକେ। ଏହି ସମାଗମ ଦେଖି ଉକ୍ତ ସ୍ଥାନରେ ଖୋଲିଥିଲା ଛୋଟ ଛୋଟ ଦୋକାନ। ଡଙ୍ଗା ଚାଳକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିଲା ଜାହାଜ ଜିନ୍‌ ହ୍ବା। ଫଳରେ ଭଲ ଦିପଇସା ରୋଜଗାର କରି ନିଜ କୁଟୁମ୍ବ ପ୍ରତିପୋଷଣ କରୁଥିଲେ ସ୍ଥାନୀୟ ଲୋକେ। ଏବେ ଜିନ୍‌ ହ୍ବା ଫେରିଯିବା ପରେ ଶୂନଶାନ ହୋଇପଡିଛି ଏହି ସ୍ଥାନ। ଜାହାଜଟିକୁ ଅତି ନିକଟରୁ ଦେଖିବାର ଅନୁଭୂତି ଅନେକ ଲୋକଙ୍କ ପାଇଁ ବିରଳ। ଅନେକ ଛାତ୍ରୀଛାତ୍ର ଯାଇ ଏହାକୁ ଦେଖିବା ସହିତ ସ୍ବତନ୍ତ୍ର ଅନୂଭୂତି ପାଇଥିଲେ। ଏବେ କିନ୍ତୁ ସ୍ଥାନଟି ସମ୍ପୂର୍ଣ୍ଣ ଖାଁ ଖଁା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ପିଟିଲା ବାଇକ୍‌, ୩ ଗୁରୁତର

ମୋହନା ୧ା୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ବୁଧବାର ସ୍କୁଟି ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ...

୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ: ମାର୍ଚ୍ଚ ୩୧ ସୁଦ୍ଧା ପ୍ରସ୍ତାବ ଦେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୧: ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନ ଠାରେ...

ଆଇଡି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୨ ମାଓବାଦୀଙ୍କୁ ବାନ୍ଧିଲା ସୁକ୍‌ମା ପୋଲିସ

ମାଲକାନଗିରି,୧ା୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ମାଓବାଦୀଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋଡି ମୁକା ଓ ସୋଡି ଭୀମା। ସୂଚନାଯୋଗ୍ୟ, କୁନ୍ଦେଡ...

୪ ହଜାର ୨୨୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର

ଭୁବନେଶ୍ୱର,୧।୧: ଓଡ଼ିଶାରେ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଟି ସେକ୍ଟରରେ ୪...

ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର

କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ...

କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂତନ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦାନ କରିବା...

ନୂଆବର୍ଷରେ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସାମୁହିକ ଦାୟିତ୍ୱ ନେଇ କାମ କରନ୍ତୁ

ଭୁବନେଶ୍ୱର,୧ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility)...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri