Categories: ଖେଳ

ମାଲେସିଆ ମାଷ୍ଟର୍ସ: କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୯।୧ (ପି.ଟି.)- ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ରାଉଣ୍ଡ-୧୬’ର ଏକ ମୁକାବିଲାରେ ସାଇନା ୨୫-୨୩, ୨୧-୧୨ ଗେମ୍‌ରେ ଦକ୍ଷିଣ କୋରିଆର ଆଲ ସେ ୟଙ୍ଗ୍‌ଙ୍କୁ ହରାଇଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ୩୯ ମିନିଟ୍‌ ସମୟ ଲାଗିଥିଲା। କ୍ୱାର୍ଟର ଫାଇନାଲରେ ସାଇନାଙ୍କ ମୁକାବିଲା ଅଲିମ୍ପିକ ଚାମ୍ପିୟନ କାରୋଲିନା ମାରିନଙ୍କ ସହ ହେବ। ସେହିଭଳି ପୁରୁଷ ସିଙ୍ଗଲ୍ସ ଏକ ମୁକାବିଲାରେ ସମୀର ବର୍ମା ୧୯-୨୧, ୨୦-୨୨ ସିଧାସଳଖ ଗେମ୍‌ରେ ଲି ଜି ଜିଆଙ୍କଠାରୁ ହାରି ୨ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି।

Share