Categories: ବାଣିଜ୍ୟ

ମାଲ୍ୟା, ମୋଦିଙ୍କ ପ୍ରତ୍ୟର୍ପଣ ତଥ୍ୟ ଦେଲାନି ଏମ୍‌ଇଏ

ନୂଆଦିଲ୍ଲୀ,୧୬।୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ(ଏମ୍‌ଇଏ)। ଏ ସମ୍ପର୍କରେ ଆର୍‌ଟିଆଇରେ ପ୍ରଶ୍ନ ପଚାରାଯାଇଥିଲା ବେଳେ ଏହି ଆଇନର ଦ୍ୱାହି ଦେଇ ବୈଦେଶିକ ମନ୍ତ୍ରଣାଳୟ ଉକ୍ତ ତଥ୍ୟ ଦେବ ନାହିଁ ବୋଲି କହିଛି। ଆର୍‌ଟିଆଇ ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାଲ୍ୟା ଓ ମୋଦିଙ୍କୁ ପ୍ରତ୍ୟର୍ପଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ରିଟେନକୁ ଅନୁରୋଧ କରାଯାଇଛି। ଏବେ ବ୍ରିଟେନ ସରକାର ଏ ସମ୍ପର୍କରେ ବିଚାର କରୁଛନ୍ତି। ତେବେ ଏ ସଂକ୍ରାନ୍ତରେ ଆର୍‌ଟିଆଇ ଆଇନର ଧାରା ୮(୧)(ଏଚ୍‌) ଅଧୀନରେ ତଦନ୍ତ,ଗିରଫଦାରିରେ ବାଧା ଉପୁଜିବା ତଥା ମାମଲା ପରିଚାଳନାରେ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟର୍ପଣ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିହେବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share