ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୋଳ ଅଫିସ,୧୧।୧୨: ଅନୁଗୋଳ ବଅଁରପାଳ ହାଟ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଟେନ୍‌ଟି ଦାମନଯୋଡ଼ିରୁ ନାଲ୍‌କୋକୁ ଆଲୁମିନା ଆଣୁଥିବା ବେଳେ ଲାଇନ୍‌ଚ୍ୟୁତ ହୋଇଛି। କେଉଁ କାରଣରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।