Categories: ଜାତୀୟ

ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ଙ୍କ ପରଲୋକ

ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍‌ସର ପୀଡିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ପରିବାର ପକ୍ଷରୁ କୁହାଯାଇଛି। କିମ୍ବଦନ୍ତୀ ନିର୍ଦ୍ଦେଶକ ହରିହରନ୍‌ଙ୍କ ସହିତ ସେ ସହଯୋଗୀ ଭାବେ କାର୍ଯ୍ୟ କରିବା ସହିତ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୮୯ରେ ସ୍ବାଧୀନ ଭାବେ ‘ଅନଘ’ରେ ପ୍ରଥମକରି ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ସେ ଫିଲ୍ମ ନିର୍ମାତା ଅନିଲଙ୍କ ସହିତ ହାତ ମିଳାଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଦୁଇ ଫିଲ୍ମ ନିର୍ମାତା ୧୯୯୦ ବେଳକୁ ମଲିଉଡ୍‌ରେ ସଫଳ ଯୋଡିଦାର ଭାବେ ଅନେକ ହିଟ୍‌ ଫିଲ୍ମ ପ୍ରସ୍ତୁତ କରି ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ।

Share