ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ ଅଟକାଇଥିଲେ। ଷ୍ଟେଶନମାଷ୍ଟର ସୋର ଦମକଳବାହିନୀକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚି ପ୍ରଥମେ ଟ୍ରେନ୍‌ରୁ ବିଦ୍ୟୁତ୍‌ କାଟିବା ଲାଗି ବ୍ୟବସ୍ଥା କରିଥିଲେ। ଏହାପରେ ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ।
ଏହି ଟ୍ରେନ୍‌ ୫୮ବଗି ନେଇ ତାଳଚେରରୁ ହଳଦିଆ ଅଭିମୁଖେ ଯାଉଥିଲା। ହଠାତ୍‌ ପଛ ବଗିରେ ଥିବା କୋଇଲାରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଟ୍ରେନ୍‌କୁ ରଖିବା ପରେ ନିଅଁାକୁ ଆୟତ୍ତକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।