ମାଳଦା କ୍ୱାରାଣ୍ଟାଇନ ସେଣ୍ଟରରେ ଡାକ୍ତର ଟିମ୍‌

ଭଣ୍ଡାରିପୋଖରୀ,୯ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତସ୍ଥିତ ମାଳଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଶୁକ୍ରବାର ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ। ଏଥିରେ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅରୁଣ କୁମାର ନାୟକ, ହେଲ୍‌ଥ ସୁପରଭାଇଜର ଅମରଜିତ୍‌ ରାୟ, ମହିଳା ସ୍ବାସ୍ଥ୍ୟକର୍ମୀ ସଙ୍ଗୀତା ଜେନା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାଗବତ ସାହୁ, ଅଙ୍ଗନଓ୍ବାଡି କର୍ମୀ ସାଗରିକା ନାୟକ, ଆଶାକର୍ମୀ ପ୍ରମିଳା ନାୟକଙ୍କ ଉପସ୍ଥିତିରେ ପ୍ରବାସୀମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚ ରିତାଞ୍ଜଳୀ ସାମଲ, ପ୍ରତ୍ୟୁଷ ସାମଲ ପ୍ରମୁଖ ସହଯୋଗ କରିଥିଲେ।