ମାଳଦ୍ୱୀପରୁ ଫେରି ଆସିବେ ଭାରତୀୟ ସୈନ୍ୟ

ମାଲେ,୬।୨: ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଫେରାଇ ଦିଆଯିବ। ମାର୍ଚ୍ଚ ୧୦ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ଫେରିବାକୁ ଥିବାବେଳେ ଅନ୍ୟମାନେ ମେ’ ୧୦ ପୂର୍ବରୁ ଫେରିଯିବେ ବୋଲି ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ପାର୍ଲାମେଣ୍ଟରେ କହିଛନ୍ତି।

ଦେଶରୁ ବିଦେଶୀ ସୈନ୍ୟଙ୍କୁ ବିଦା କରିବା ପାଇଁ ଚାଇନା ସପକ୍ଷବାଦୀ ମୋଇଜୁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସରକାର ପ୍ରତି ସଂଖ୍ୟାଗରିଷ୍ଠ ମାଳଦ୍ୱୀପ ନାଗରିକଙ୍କ ସମର୍ଥନ ରହିଥିବା ସେ କହିଛନ୍ତି। ମାର୍ଚ୍ଚ ୧୫ ସୁଦ୍ଧା ସେନା ପ୍ରତ୍ୟାହାର କରିନେବାକୁ ମୋଇଜୁ ପୂର୍ବରୁ ଭାରତକୁ କହିଥିଲେ।

Share