Categories: ଜାତୀୟ

ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର

ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍‌ ଅବଦୁଲ୍‌ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍‌ନାଡୁର ଥୁଥୁକୁଡ଼ିଠାରୁ ନିଜ ଦେଶକୁ ଫେରି ଯାଇଛନ୍ତି। ତାଙ୍କ ପାଖରେ ଆବଶ୍ୟକ ବୈଧ କାଗଜପତ୍ର ନ ଥିବାରୁ ଏଭଳି କରାଯାଇଥିବା ଭାରତୀୟ ବୈଦେଶିକ ବ୍ୟାପାର ମୁଖପାତ୍ର ରାଭେଶ୍‌ କୁମାର ସୂଚନା ଦେଇଛନ୍ତି। ସେ ର୍ଭିଗୋ-୯ ଭେଳାରେ ଥୁଥୁକୁଡ଼ିଠାରେ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଗଫୁର ୨୦୧୫ରେ ମାଳଦ୍ୱୀପ ଉପରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ। ତେବେ ରାଷ୍ଟ୍ରପତି ଅବଦୁଲା ୟେମେନ୍‌ଙ୍କ ବିରୋଧରେ ବିଦ୍ରୋହ କରିବା ପରେ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଥିଲା। ୧୫ ଦିନ କାରାଦଣ୍ଡ ଭୋଗିବା ପରେ ତାଙ୍କୁ ୨ ସପ୍ତାହ ତଳେ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା।

Share