Categories: ବାଣିଜ୍ୟ

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି ମାସକୁ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବ ବୋଲି କମ୍ପାନୀର ଅଧ୍ୟକ୍ଷ ଆର୍‌.ସି.ଭାର୍ଗଭ ସୂଚନା ଦେଇଛନ୍ତି। ଏଥିଲାଗି କମ୍ପାନୀ ଏଜିଭିଏ ହେଲ୍‌ଥ କେୟାର ସହ ମିଳିତ ହୋଇ କାର୍ଯ୍ୟ କରିବ। କମ୍ପାନୀ ଏ ଦିଗରେ ବିଶେଷ ଅଭିଜ୍ଞତା ହାସଲକରି ନ ଥିବାରୁ ମିଳିତ ହୋଇ କାମ କରିବା ଦିଗରେ ଯୋଜନା ହାତକୁ ନେଇଛି। କମ୍ପାନୀ ସୋମବାର ଏହାର ଯାନ ଉପରେ ଓ୍ବାରେଣ୍ଟିଂ ଏବଂ ସର୍ଭିସ ସମୟକୁ ବଢ଼ାଇଛି। ଏବେ କରୋନା ଯୋଗୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ସୁବିଧା ହାତକୁ ନେଇଛି। ଯେଉଁ ଯାନଗୁଡ଼ିକର ମାଗଣା ସର୍ଭିସ ଏବଂ ଓ୍ବାରେଣ୍ଟିର ଶେଷ ସୀମା ମାର୍ଚ୍ଚ ୧୫ରୁ ଏପ୍ରିଲ ୩୦ ମଧ୍ୟରେ ରହିଥିଲା ଏହାକୁ ଆଗାମୀ ଜୁନ୍‌ ଶେଷ ପର୍ଯ୍ୟନ୍ତ ବଢ଼ାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share