ଇସ୍ଲାମାବାଦ,୧୨।୯: ପାକିସ୍ତାନ ସେନା ଆସନ୍ତା ମାସକ ମଧ୍ୟରେ ବଡ ଧରଣର ଅଦଳ ବଦଳ କରିପାରେ ବୋଲି ସୂଚନା ମିଳିଛି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ହଟାଇ ଏଥର ଏହି ପଦରେ ଆଉ କାହାକୁ ସେନା ବସାଇ ପାରେ ବୋଲି ଅନୁମାନ କରାଯାଉଛି। ପାକିସ୍ତାନର ନ୍ୟୁଜ ଚ୍ୟାନେଲ ଜିଓରେ ଏହାକୁ ନେଇ ବିତର୍କ ମଧ୍ୟ ହୋଇ ସାରିଛି। ଏହି ବିତର୍କରେ କେତେଜଣ ପାକିସ୍ତାନୀ ନେତା କହିଛନ୍ତି ଅକ୍ଟୋବର ୨୭ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦିଆଯାଇପାରେ। ତେଣୁ ଯିଏ ନୂଆ ପ୍ରଧାନମନ୍ତ୍ରୀ ହେବେ ଏହା ପରେ ଯାଇ ଭାରତ ସହ ଯୁଦ୍ଧ କରିବାକୁ ପାକିସ୍ତାନ ରଣନୀତି ପ୍ରସ୍ତୁତ କରିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା ସେ ସବୁଥିରେ ଫେଲ୍ ମାରିବାରୁ ଏବେ ସେନା ଏଭଳି ନିଷ୍ପତ୍ତି ନେବାକୁ ଯାଉଛି ବୋଲି ସେମାନେ କହିଛନ୍ତି।