ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବେଜିଂ ବିଶ୍ୱିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି। ଆଖିରୁ ଲୁହ ବୋହି ଯିବା ଦ୍ୱାରା ମନ ହାଲ୍‌କା ହୋଇଯାଇଥାଏ। କାନ୍ଦିବା ଦ୍ୱାରା ମସ୍ତିଷ୍କ, ହୃଦୟ ସହିତ ଶରୀରର ଅନ୍ୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବେ କାମ କରିିଥାଏ। ଲୁହରେ ଲୋସୋଜୋମ୍‌ ନାମକ ଏକ ତତ୍ତ୍ୱ ରହିଥାଏ। ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରେ। କାନ୍ଦିବା ସମୟରେ ଲୁହରେ ଆଡ୍ରୋକାର୍ଟିକୋଟ୍ରପିକ୍‌ ଏବଂ ଲିଉକିନ୍‌ ହରମୋନ୍‌ ବାହାରି ଯାଇଥାଏ। ଫଳରେ ମନରୁ ଚିନ୍ତା ଦୂର ହୋଇ ମିଳିଥାଏ ମାନସିକ ଶାନ୍ତି। ଆଖିର ଝିଲ୍ଲୀ ଶୁଷ୍କ ହୋଇଗଲେ ଆଖିର ପାୱାର କମିଯାଇଥାଏ । ମାତ୍ର କାନ୍ଦିବା ଦ୍ୱାରା ଏହି ଝିଲ୍ଲୀରେ ଆଦ୍ରତା ବୃଦ୍ଧି ପାଇ ଆଖିର ପାୱାର ବୃଦ୍ଧି ପାଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।