ମାସିକ ୨ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯାଉ

ଅନୁଗୋଳ ଅଫିସ୍‌/ଅନୁଗୋଳ ସହର, ୨୫ା୧

ଶିଳ୍ପ ଓ କୋଇଲା ଖଣି ଦ୍ୱାରା ପ୍ରଦୂଷିତ ଅନୁଗୋଳ ଜିଲାବାସୀଙ୍କୁ ସର୍ବନିମ୍ନ ମାସକୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇଦେବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା, ବିଲ୍‌ ଆଦାୟ ନଁାରେ ଶୋଷଣ ଓ ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା ପାଇଁ ଶୁକ୍ରବାର ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଜିଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଦାବି କରାଯାଇଛି।
କମିଟି ପକ୍ଷରୁ କୁହାଯାଇଛି ଯେ, ଜିଲାରେ ଚାରିଟି ବୃହତ୍‌ ତାପଜ ବିଦ୍ୟୁତ୍‌ ଶିଳ୍ପ ସହିତ ୧୭ଟି କୋଇଲା ଖଣି ରହିଛି। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରୁ ଦୈନିକ ପ୍ରାୟ ୭ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦନ କରାଯାଇ ଓଡ଼ିଶା ସହ ଅନ୍ୟ ରାଜ୍ୟକୁ ପଠାଯାଉଛି। ମାତ୍ର ଦୀପତଳ ଅନ୍ଧାର ଭଳି ଜିଲାବାସୀ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇପାରୁନାହାନ୍ତି। ଅନେକ ଶିଳ୍ପପତି ଓ ବିଭିନ୍ନ କମ୍ପାନୀକୁ ଶହ ଶହ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଛାଡ କରାଯାଉଥିବାବେଳେ ସାମାନ୍ୟ କେତେ ଟଙ୍କା ପାଇଁ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ବକେୟା ଦେବାକୁ ସରକାରୀ ସଂସ୍ଥାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ପିଲାଙ୍କ ପରୀକ୍ଷା ମୁଣ୍ଡ ଉପରେ ଥାଇ ବି ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବାକୁ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି। ଓଡ଼ିଶାରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ତାପଜ ବିଦ୍ୟୁତ୍‌ ଶିଳ୍ପରୁ ରାଜ୍ୟ ପାଇଁ ୨୫ରୁ ୩୩ ପ୍ରତିଶତ ମାଗଣା ବିଦ୍ୟୁତ୍‌ ଯୋଗାଣ ପାଇଁ ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ତେଣୁ ଧୂଳି, ଧୂଆଁ, ପାଉଁଶ ପ୍ରଦୂଷଣରେ ଜର୍ଜରିତ ଅନୁଗୋଳ ଜିଲାବାସୀଙ୍କୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଯଥାର୍ଥତା ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନୁଗୋଳ ଓ ତାଳଚେର ଡିଭିଜନରେ ଥିବା ସେସୁର ଚାରି ଲକ୍ଷ ଗ୍ରାହକଙ୍କ ବିଦ୍ୟୁତ୍‌ ଦେୟ ରାଜ୍ୟ ସରକାର ଚାହିଁଲେ କମ୍ପାନୀମାନଙ୍କ ସିଏସ୍‌ଆର୍‌ ଫଣ୍ଡ ଓ ଜିଲା ଖଣିଜ ପାଣ୍ଠିର ସୁଧ ଟଙ୍କାରୁ ଭରଣା କରାଯାଇପାରିବ ବୋଲି କମିଟି ପ୍ରକାଶ କରିଛି। ଆସନ୍ତା ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି। କମିଟି ଆବାହକ ପ୍ରମୋଦ କୁମାର ପ୍ରଧାନ, ଅଭିମନ୍ୟୁ ସ୍ବାଇଁ, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ବ୍ରଜବନ୍ଧୁ ସାହୁ, ଦିଲୀପ କୁମାର ଦାସ, ତୀର୍ଥବାସୀ ଭୋଇ, ଦାମୋଦର ଦାସ, ମାନସ ପାଳ, ରମେଶ ଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ଦାସ, ହେମନ୍ତ କୁମାର ଦାସ, ଅଶୋକ ପ୍ରଧାନ, ବଳରାମ ବେହେରା, ନିରୁପମା ପ୍ରଧାନ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri