ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.)
ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନା ସ୍ଥାନୀୟ ସରପଞ୍ଚ ଗୁରୁତ୍ୱ ଦେଉଛନ୍ତି ନା ବିଡିଓ ଗୁରୁତ୍ୱ ଦେଉଛନ୍ତି । ଉଭୟ ପକ୍ଷରୁ ଦୋଷ ଲଦାଲଦି ଚାଲିଛି।
ଗୋବିନ୍ଦପୁର ପଞ୍ଚାୟତରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। ବ୍ୟବସାୟିକ ଓ ଗମନାଗମନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ହେଲେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା। ୫ବର୍ଷ ପୂର୍ବେ ଡ୍ରେନ ଓ ରାସ୍ତା ନିର୍ମାଣ ସମୟରେ ପାଣି ପାଇପ୍‌ ଫାଟିଯିବା ପରଠାରୁ ଏ ପର୍ଯ୍ୟନ୍ତ ଗୋବିନ୍ଦପୁର ଅଞ୍ଚଳର ୩ରୁ ୪ଟି ୱାର୍ଡ ଓ ବଡ ଡୁମେରମୁଣ୍ଡାର ୨ଟି ୱାର୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇ ରହିଛି । ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ, ପୂର୍ତ୍ତବିଭାଗ ଓ ପଞ୍ଚାୟତକୁ ଦୌଡି ଦୌଡି ଲୋକେ ନିରାଶ ହୋଇ ପଡିଛନ୍ତି । ବର୍ତ୍ତମାନ ପ୍ରାୟ ୧ମାସ ହେବ ପଞ୍ଚାୟତର ଗଣେଶନଗର, ନୂଆଁଟୋଲି (ହରିପଡା), ବଡ ଡୁମେରମୁଣ୍ଡା ଅଙ୍ଗନୱାଡି ପଡା ଓ ତୁରୀପଡା, ପଣ୍ଡରିପଥର, ମୁଣ୍ଡାଢ଼ିପାର ବଗିଚାପଡା, ନୂଆଁଡିହି, ମୁଣ୍ଡାଢ଼ିପା ଛକ ଓ ଷ୍ଟେସନବସ୍ତିରେ ଥିବା ଗୋଟିଏ ଲେଖାଏଁ ନଳକୂଅ ସଂପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ବାମରା ବିଡିଓ ଏଥିରେ କୌଣସି ସହଯୋଗ କରୁନାହାନ୍ତି । ନ ହେଲେ ସେ ଏଥିପାଇଁ ସଦାବେଳେ ଚେଷ୍ଟିତ ବୋଲି ସଫେଇ ଦେଇଥିଲେ । ଅପରପକ୍ଷେ, ବିଡିଓ ସୁଶୀଲ କୁଜୁରଙ୍କୁ ପଚାରିବାରୁ ସରପଞ୍ଚ ମିନାକ୍ଷୀ ମାଝୀ ଜାଣିଶୁଣି ଏହିଭଳି କରୁଛନ୍ତି ବୋଲି କହିଥିଲେ । ପଞ୍ଚାୟତ ଫଣ୍ଡରୁ ଟଙ୍କା ଟ୍ରାନ୍ସଫର କଲାପରେ ନଳକୂଅର ବିଭିନ୍ନ ସରଞ୍ଜାମ ଯୋଗାଇବାର ନିୟମ ରହିଛି । ମାତ୍ର ସେ ଏହିଭଳି ନ କରି ଦୋଷାରୋପ କରୁଛନ୍ତି ବୋଲି ପାଲଟା ଅଭିଯୋଗ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ...

ମଣପୁରମ୍‌ ଡକାୟତି ମାମଲା: ସରିଲା ରିମାଣ୍ଡ, ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର,୮ା୪(ପ୍ରମୋଦ ବହିଦାର) ବହୁ ଚର୍ଚ୍ଚିତ ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ସୁନା ଋଣସଂସ୍ଥା ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂ(୨୮)ଙ୍କ ରିମାଣ୍ଡ ଅବଧି ଶେଷ ହେବା...

୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ...

ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ରାମନବମୀରେ ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ଜିଲା ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ...

ଅବମାନନା କରୁ ନ ଥିବା ଲୋକଙ୍କୁ କାହିଁକି ଗାଳି କରିବି: ଜୟନାରାୟଣ

ସମ୍ବଲପୁର,୬।୪(ପ୍ରମୋଦ ବହିଦାର): ଅବମାନନା କରୁ ନ ଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ମଧ୍ୟ ଟାଉନ ଥାନା ଅଧିକାରୀ ସୁବ୍ରତ କୁମାର ମେହେରଙ୍କ...

ଜଳସମ୍ପଦ ବିଭାଗର ୩ କାର୍ଯ୍ୟାଳୟ ଅସବାବପତ୍ର ବ୍ୟାଜାପ୍ତି ନୋହିଲା

ସମ୍ବଲପୁର,୪।୪(ପ୍ରମୋଦ ବହିଦାର): ଠିକା ସଂସ୍ଥାର ବକେୟା ବିଲ ଅର୍ଥ ପଇଠ ନ କରିବାରୁ ସମ୍ବଲପୁର ଜଳସମ୍ପଦ ବିଭାଗର ୩ଟି କାର୍ଯ୍ୟାଳୟର ଆସବାବପତ୍ର ବ୍ୟାଜାପ୍ତ ପାଇଁ ଅଦାଲତଙ୍କ...

ସମ୍ବଲପୁରରେ DGP, କର୍ମଚାରୀଙ୍କୁ ବଣ୍ଟନ କଲେ ଡିଜି ପଦକ

ସମ୍ବଲପୁର,୩ା(ପ୍ରମୋଦ ବହିଦାର): ସମ୍ବଲପୁର ଗସ୍ତରେ ଆସି ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ସମ୍ବଲପୁରରେ ଗତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image