ମାସ୍କକୁ ହିନ୍ଦିରେ କ’ଣ କୁହାଯାଏ ପ୍ରଶଂସକଙ୍କୁ ବୁଝାଇଲେ ଅମିତାଭ ବଚ୍ଚନ

ବାଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜ ପ୍ରଶଂସକଙ୍କ ପାଇଁ ସେ ସବୁବେଳେ କିଛି ନା କିଛି ମଜିଳିଆ ପୋଷ୍ଟ ଶେୟାର କରିଥାନ୍ତି। ଏବେ ସେ ମାକ୍ସକୁ ହିନ୍ଦୀରେ କ’ଣ କୁହାଯାଏ ବୋଲି ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ବିଗ୍‌ ବି ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତେବେ ମାସ୍କରେ ତାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ର ପ୍ରିଣ୍ଟ ଥିବା ଦେଖିବାକୁ ମିଳୁଛି। ଏଥିସହ ସେ ଲେଖିଛନ୍ତି, ମିଲିଗଲା, ବହୁତ ପରିଶ୍ରମ ପରେ ମାସ୍କର ଅର୍ଥ ମିଳିଯାଇଛି। ନାସିକା ମୁଖ ସଂରକ୍ଷକ, କିଟାଣୁ ରୋଧକ, ବାୟୁନାସକ, ବସ୍ତ୍ରେଡୋରିଯୁକ୍ତ ପଟିକା।

Share