ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନ କରିବାକୁ କୁହାଯାଉଛି। ତେବେ ମାସ୍କ୍‌ର ବ୍ୟବହାର ଦ୍ୱାରା କେତେଦୂର କରୋନାଠାରୁ ଦୂରେଇ ରହିହେବ ସେ ନେଇ ବହୁ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ଏସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ, ମାସ୍କ୍‌ ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିହେବ ନାହିଁ। କରୋନା ଭୂତାଣୁ ଆଖି ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ଏହା ଛଡ଼ା ଅତିକ୍ଷୁଦ୍ର ଏରୋସଲ କଣିକା ମାଧ୍ୟମରେ ମଧ୍ୟ ଏହି ଭୂତାଣୁ ବ୍ୟାପିଥାଏ। ଏହା ବାୟୁମଣ୍ଡଳରେ ଥିବା କ୍ଷୁଦ୍ର ଜଳ କଣିକା ଦ୍ୱାରା ସହଜରେ ବ୍ୟାପିଥାଏ। ଭଳି ଜଳ କଣିକାକୁ ମାସ୍କ୍‌ ପ୍ରତିରୋଧ କରେ। ସେହିପରି କେରୋନା ସଂକ୍ରମିତଙ୍କୁ ଦେଖା କରିବା ସମୟରେ ମାସ୍କ୍‌ ବ୍ୟବହାର କଲେ ଭୂତାଣୁ ନାକ ଅବା ପାଟି ଦେଇ ସୁସ୍ଥ ଲୋକଙ୍କ ଶରୀରକୁ ଆସିବାରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ସଂକ୍ରମିତ ମାସ୍କ୍‌ ବ୍ୟବହାର କଲେ ତାଙ୍କଠାରୁ ଭୂତାଣୁ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ମଧ୍ୟ କମ ରହିଥାଏ। ସ୍ବାସ୍ଥ୍ୟକର୍ମୀ ଏବଂ ସାମାଜିକକର୍ମୀ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ଏଭଳି ମାସ୍କ୍‌ ବ୍ୟବହାର କରିବା ଅପରିହାର୍ଯ୍ୟ। ସେହିପରି ପରିବାରରେ କାହାଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେଲେ ଭୟ ନ କରି ଏହାର ମୁକାବିଲା କରିବା ଲାଗି ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହିତ ଉଭୟ ସଂକ୍ରମିତ ଏବଂ ଅନ୍ୟ ସଦସ୍ୟମାନେ ମାସ୍କ୍‌ର ବ୍ୟବହାର କରିବା ଉଚିତ। କରୋନା ଭୂତାଣୁର ଦୁଇଟି ପ୍ରକାର ରହିଛି ବୋଲି ଚାଇନାର ଗବେଷକ ସୂଚିତ କରିଛନ୍ତି। ଗୋଟିଏ ପ୍ରକାର ଏଲ୍‌ ହୋଇଥିବା ବେଳେ ଅନ୍ୟଟି ଏସ୍‌। ତେବେ ଏଲ୍‌ ପ୍ରକାରଟି ଅଧିକ କ୍ରିୟାଶୀଳ। ଶୀଘ୍ର ବ୍ୟାପିବା ସହିତ ଏହି ପ୍ରକାର ଭୂତାଣୁ ମନୁଷ୍ୟ ଶରୀରରେ ଅଳ୍ପ ସମୟ ମଧ୍ୟରେ ବିଭାଜନ ପ୍ରକ୍ରିୟାରେ ବଂଶ ବିସ୍ତାର କରିଥାଏ। ଅନ୍ୟ ଭୂତାଣୁ ଭଳି ଏହା ବହୁ ସମୟ ଧରି ନିଷ୍କ୍ରିୟ ରହିପାରିଥାଏ। ଉପଯୋଗୀ କ୍ଷେତ୍ର ମିଳିଲେ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ। ଏପରିସ୍ଥଳେ ଘର ସଫା ସମୟରେ ଉଡୁଥିବା ଧୂଳି, ରାସ୍ତାରେ ଗଲାବେଳେ ବାୟୁରେ ଉଡ଼ିବୁଲୁଥିବା ଧୂଳି, ପରାଗରେଣୁ ଅବା ଅନ୍ୟ କ୍ଷୁଦ୍ର କଣିବା ଯୋଗୁ ବହୁ ସମୟ ଛିଙ୍କ, ନାକ ରୁନ୍ଧି ହେବା ଆଦି ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟା କରୋନା ଏଲ୍‌ ଭୂତାଣୁ ପାଇଁ ସଂକ୍ରମଣ ହେବାର ସୁଯୋଗ ସୃଷ୍ଟି କରେ। ମାସ୍କ୍‌ ବ୍ୟବହାର କରୁଥିଲେ ନାଶାପଥରେ ବାହାରର କୌଣସି ପଦାର୍ଥ ପ୍ରବେଶ କରିପାରେ ନାହିଁ। କିନ୍ତୁ ମାସ୍କ୍‌ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣରୁ ଦୂରେଇ ରଖିବାରେ ଅସମର୍ଥ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri