ମାସ୍କ, ସାନିଟାଇଜର ବାଣ୍ଟିଲା ବନ୍ଧନବ୍ୟାଙ୍କ

ଭଦ୍ରକ ଅଫିସ,୨୧।୪: ବନ୍ଧନ ବ୍ୟାଙ୍କ ପକ୍ଷରୁ ଜିଲାପ୍ରଶାସନକୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଛି। ଜିଲାପାଳ, ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ ମୁକାବିଲା ପାଇଁ କାର୍ଯ୍ୟକରୁଥିବା ଅଗଧାଡିର କର୍ମଚାରୀଙ୍କୁ ବଣ୍ଟନ କରିବା ପାଇଁ ଏହି ସବୁ କିଟ୍‌ ପ୍ରଦାନ କରାଯାଇଛି।