ମାସ୍କ କିଣା ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.): ଓଡ଼ିଶାରେ କରୋନା ମହାମାରୀ ବେଳେ ମାସ୍କ କିଣା ନେଇ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ଗୁରୁବାର ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁରଠାରେ ରାଲି କରାଯିବା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ବେଳେ ଶମ୍ଭୁନାଥ ପାଣିଗ୍ରାହୀ, ସ୍ବରୂପା ତ୍ରିପାଠୀ, ବିଧାୟକ ରମେଶ ଜେନା, ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share