ମାସ୍କ, ଗ୍ଲୋଭ୍‌ ଆବଶ୍ୟକ ନାହିଁ: ବିଶେଷଜ୍ଞ

ପ୍ୟାରିସ,୧୯ା୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ଓ ଗ୍ଲୋଭ୍‌ର କୌଣସି ଆବଶ୍ୟକତା ନାହିଁ। ବହୁସଂଖ୍ୟାରେ ଲୋକେ ମାସ୍କ ପିନ୍ଧିବା ଅନାବଶ୍ୟକ। ସଂକ୍ରମଣ ରୋକିବାରେ ଏହାର କିଛି ପ୍ରଭାବ ନାହିଁ। ବରଂ ଏହା ସଂକ୍ରମଣକୁ ଦ୍ରୁତତର କରାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାକୁ ମହାମାରୀ ଘୋଷଣା କରିଥିଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇନାହିଁ। କେବଳ ହାତ ଭଲ ଭାବେ ଧୋଇବା, ମୁହଁକୁ ନ ଛୁଇଁବା ଓ ଅନ୍ୟମାନଙ୍କଠାରୁ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଯଦି ନିଜେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ ହୁଏ, ସେ କ୍ଷେତ୍ରରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Share