ମାସ୍କ ତିଆରି କରି ଗରିବଙ୍କୁ ବାଣ୍ଟିଲେ

ଟିଟିଲାଗଡ, ୩୦।୩ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ମା’ କୁଦୁରକୁଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାସ୍କ ତିଆରି କରି ବିକ୍ରି କରିବା ସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ନିଃସହାୟଙ୍କୁ ମାଗଣାରେ ବଣ୍ଟନ କରାଯାଉଛି। ଆଜି ସୁଦ୍ଧା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରିଛନ୍ତି। ଘରେ ରହି ମାସ୍କ ତିଆରି କରିବା ସହିତ ଏମାନେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି।

Share