ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ଆତଙ୍କ ସମୟରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ପରାମର୍ଶକ୍ରମେ ସେମାନେ ମାତ୍ର ୧୦ଟଙ୍କାରେ ଗୋଟିଏ ମାସ୍କ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ସହଯୋଗକ୍ରମେ ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟାମାନେ ୫ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ପ୍ରଶାସନ ଓ ବ୍ୟବସାୟୀଙ୍କୁ ଯୋଗାଇ ସାରିଲେଣି। ଏସ୍‌ଏଚ୍‌ଜିର ସଦସ୍ୟାମାନେ ୪ପ୍ରକାରର ମାସ୍କ ତିଆରି କରି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡାଙ୍କୁ ଦେଖାଇଥିଲେ। ଡାକ୍ତର ପଣ୍ଡା ସେଥି ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରିଥିଲେ । ମହିଳାମାନେ ସେହି ପ୍ରକାରେ ମାସ୍କ ତିଆରି କରି ପ୍ରଶାସନକୁ ଯୋଗାଉଛନ୍ତି । ସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବା ସରକାରୀ କର୍ମଚାରୀ, ବ୍ୟାଙ୍କ, ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଔଷଧ ଦୋକାନୀଙ୍କୁ ମାସ୍କ ଯୋଗାଇ ଦିଆଯାଉଛି। କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇ ଏସ୍‌ଚ୍‌ଜି ସଦସ୍ୟାମାନେ ଏକ ବାର୍ତ୍ତା ଦେବା ସହ ସେମାନଙ୍କ ସାମାଜିକ ଦାୟିତ୍ୱକୁ ନିଖୁଣ ଭାବେ ନିର୍ବାହ କରୁଛନ୍ତି। ଜିଲା ସଦର ମହକୁମା ଝୁପୁଡିପଡାର ସରସ୍ବତୀ ଏସ୍‌ଏଚ୍‌ଜି, ଖଦାଳପଡାର ମାଣିକେଶ୍ୱରୀ ଏସ୍‌ଏଚ୍‌ଜି, ସୁରେଶ୍ୱରୀ ଏସ୍‌ଏଚ୍‌ଜି, ହଲଦିପାଲିର ସନ୍ତୋଷୀ ଏସ୍‌ଏଚ୍‌ଜି, ଶ୍ରୀମା ଏସ୍‌ଏଚ୍‌ଜି, ଜନମୁରାର କନାକାଳୀ ଏସ୍‌ଏଚ୍‌ଜି, ସମଲେଶ୍ୱରୀ ଏସ୍‌ଏଚ୍‌ଜି, ଡୁଙ୍ଗୁରିପାଲି ବ୍ଲକର ଓଁଶାନ୍ତି ଏସ୍‌ଏଚ୍‌ଜି, ଉଲୁଣ୍ଡାର ଜଗନ୍ନାଥ ଏସ୍‌ଏଚ୍‌ଜି, ମହୁଲପାଲିର ମାହେଶ୍ୱରୀ ଏସ୍‌ଏଚ୍‌ଜି, ଗୟେଲଗୁଡିର ଖମ୍ବେଶ୍ୱରୀ ଏସ୍‌ଏଚ୍‌ଜି ଓ ବୈରାଗୀପାଲିର ମଙ୍ଗଳା ଏସ୍‌ଏଚ୍‌ଜିର ସଦସ୍ୟାମାନେ ମାସ୍କ ତିଆରି କାମରେ ନିୟୋଜିତ ଅଛନ୍ତି। ଝୁପୁଡିପଡା ସରସ୍ବତୀ ଏସ୍‌ଏଚ୍‌ଜିର ସଭାନେତ୍ରୀ କୃଷ୍ଣପ୍ରିୟା ନାଗ କୁହନ୍ତି, ଆମ ଗ୍ରୁପ୍‌ର ୧୦ମହିଳା ମିଶି ୪ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲୁଣି। ତେବେ ଲକ୍‌ଡାଉନ ଘୋଷଣା ଯୋଗୁଁ ଦୋକାନ ବନ୍ଦ ରହିଛି। ସୂତା କପଡା ମିଳୁ ନ ଥିବାରୁ ବୁଧବାର ମାସ୍କ ତିଆରିରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ଏ ଦିଗରେ ସହଯୋଗ କଲେ ଆମେ ଜିଲାବାସୀଙ୍କୁ ଅଧିକ ମାସ୍କ ଯୋଗାଇ ପାରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ ମହିଳା

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ...

ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ୨୦୨୩ ମେ ୨୬ ତାରିଖ ଜଗଦଳପୁର ଗ୍ରାମର ଜି.ଲକ୍ଷ୍ମୀ ପାତ୍ର (୩୮)ଙ୍କ ମୃତଦେହ ଗାଁ ଶ୍ମଶାନରୁ ଜବତ...

ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri