ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮,୫୦୦ ଟଙ୍କା ଆଦାୟ

ରାଇକିଆ,୨୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ରାଇକିଆରେ କିଛି ଅମାନିଆ ଘରୁ ବାହାରୁଥିବା ବେଳେ ମାସ୍କ ନ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏ ନେଇ ସୋମବାର ତହସିଲଦାର ସାରଦାକାନ୍ତି ଦଳାଇ ନିଜେ ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରିଥିବା ୩୮ ଜଣଙ୍କ ଠାରୁ ୮,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତହସିଲ କାର୍ଯ୍ୟାଳୟ ତରଫରୁ ଆର୍‌ଆଇ ଦୀପା ରଞ୍ଜିତା ପ୍ରଧାନ, ସୁଦର୍ଶନ ସାହୁ, ସିନିୟର ଆସିଷ୍ଟାଣ୍ଟ ପରମାନନ୍ଦ ମଲ୍ଲିକ, ଭାବଚନ୍ଦ୍ର ପ୍ରଧାନ ପ୍ରମୁଖ ଜରିମାନା ଆଦାୟ କରିବା ସହ ବିଭିନ୍ନ ଦୋକାନରେ ସାମାଜିକ ଦୂରତା କିପରି ରକ୍ଷା କରାଯାଇପାରିବ ସେ ନେଇ ସଚେତନ କରାଇଥିଲେ।

Share