ମାସ୍କ ନ ପିନ୍ଧିବାରୁ ଜରିମାନା

ଫିରିଙ୍ଗିଆ, ୧୫ା୪- କରୋନା ପ୍ରତିହତ ପାଇଁ ମାକ୍ସ ପିନ୍ଧିବା ଜରୁରୀ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ା ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ା ମଙ୍ଗଳବାର ଫିରିଙ୍ଗିଆ ପୋଲିସ ଓ ପ୍ରଶାସନ ତରଫରୁ ମାକ୍ସ ପିନ୍ଧୁ ନ ଥିବା ବ୍ୟକ୍ତିମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ା ପ୍ରଥମ ଦିନରେ ଫୁଲବାଣୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ ଫିରିଙ୍ଗିଆ ଠାରେ ବଜାର ବୁଲି ମାକ୍ସ ପିନ୍ଧୁ ନ ଥିବା ବ୍ୟକ୍ତିମାନଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛନ୍ତି। ସେହିପରି କିଛି ଲୋକଙ୍କୁ ମାଗଣାରେ ମାକ୍ସ ମଧ୍ୟ ବଣ୍ଟନ କରିଛନ୍ତି।

Share