ମାସ୍କ ନ ପିନ୍ଧିଲେ ଡ୍ରାଇଭିଂ ମନା

ସିଓଲ,୨୬।୫: କରୋନା ଭାଇରସ ସଂକ୍ରମଣକୁ ଦେଖି ସାଉଥ୍‌ କୋରିଆ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ମାସ୍କ ନ ପିନ୍ଧିଲେ ଟ୍ୟାକ୍ସି ବା ବସ୍‌ ଚଳାଇବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। ଅର୍ଥାତ୍‌ ସରକାର ଏବେ ‘ନୋ ମାସ୍କ, ନୋ ରାଇଡ’ ପଲିସି ଲାଗୁ କରିଛନ୍ତି। ସେହିପରି ଯାତ୍ରୀମାନେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାକୁ ଯାଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନିୟମ କାରାଯାଇଛି। ବିଶେଷ ଭାବେ ଅଧିକାଂଶ ଦେଶରେ ସୋସିଆଲ ଡିଷ୍ଟାନସିଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Share