ଛତ୍ରପୁର,୫ା୪(ଡି.ଏନ୍.ଏ.)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଶନିବାରଠାରୁ ଆଶିଂକ ଶଟଡାଉନ୍ ଲାଗୁ କରାଯାଇଛି। ଅର୍ଥାତ୍ ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଜିଲା ଶର୍ଟଡାଉନ୍ରେ ରହିବ। ଏହି ସମୟ ମଧ୍ୟରେ ବାହାରେ ବୁଲୁଥିବା ଯେ କୌଣସି ଲୋକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିବ। ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନରେ ରଖାଯିବ। ସେହିପରି ଧାର୍ଯ୍ୟ ହୋଇଥିବା ସମୟରେ ବାହାରକୁ ବାହାରିବା ବେଳେ ମାସ୍କ ନ ପିନ୍ଧିଥିଲେ ଜରିମାନା ଆଦାୟ କରାଯିବ। ସହରାଞ୍ଚଳରେ ଏ ବାବଦରେ ୧ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ସାରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ନ ଥିଲେ କଟନ କପଡା, ରୁମାଲ ଆଦି ମୁଁହରେ ବାନ୍ଧିବାକୁ ଜ଼ିଲାପାଳ ପରାମର୍ଶ ଦେଇଛନ୍ତି ।