ବଇଣ୍ଡା, ୧୩ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକ ଓ ହଣ୍ଡପା ଥାନା ଅଞ୍ଚଳରେ କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଖୋଲାଯାଇଥିବା ଦୋକାନଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଇଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା। ଏହି ସମୟରେ ଲକଡାଉନ ଉଲ୍ଲଂଘନ କରି ବିନା ମାସ୍କରେ ବାହାରେ ବୁଲୁଥିବା ୨୦ ଜଣ ଯୁବକଙ୍କଠାରୁ ୨ ଶହ ଲେଖାଏଁ ୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ସୁପରଭାଇଜର ମାଧୁରୀ ନାୟକ, ହଣ୍ଡପା ଥାନା ସେକେଣ୍ଡ ଅଫିସର ସରୋଜ କୁମାର ଦାସ, ଏଏସଆଇ ଆର ବିଶ୍ୱାଳ ପ୍ରମୁଖ ଚଢ଼ାଉ କରିଥିଲେ।