ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ ଅମାନିଆ ଏହାକୁ ବେଖାତିର କରି ବିନା ମାସ୍କରେ ବୁଲୁଛନ୍ତି। ସୋମବାର ଏଭଳି ଅମାନିଆଙ୍କୁ ସାବାଡ କରିଛନ୍ତି ପୌର କାର୍ଯ୍ୟନିର୍ବାହୀ ଶ୍ୱେତପଦ୍ମା ଶତପଥୀ। ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ସେ ତାଗିଦ୍‌ କରିବା ସହ ଜରିମାନା ଆଦାୟ କରିଛନ୍ତି। ପୌର ସଂସ୍ଥାର ଏକ ଟିମ୍‌ ଟାଉନହଲ ଛକ, ଟ୍ରାଫିକ ଛକ, ପୁରୁଣା ଟ୍ରାଫିକ ଛକ, ଏସ୍‌ବିଆଇ ଛକ ପ୍ରଭୃତି ସ୍ଥାନରେ ଚଢାଉ କରିଥିଲେ। ବିନା ମାସ୍କରେ ଗ୍ରସେରି, ଫଳମୂଳ ଦୋକାନ ଆଗରେ ଗହଳି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିଥିଲେ। ଏ ନେଇ ସେଠାରେ ଥିବା କେତେଜଣ ବ୍ୟକ୍ତି ଜରିମାନା ଭୟରେ ଦୌଡିଥିଲେ। ବିନା ମାସ୍କରେ ଥିବା ବରିଷ୍ଠ ନାଗରିକମାନଙ୍କୁ ମାସ୍କ ପରିଧାନ ଲାଗି ସଚେତନ କରିଥିଲେ।

Share