ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୧୬୦ଜଣ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନାକୁ ନେଇ ଯେତେ କଟକଣା, ସେତେ ଧରାପଡୁଛନ୍ତି ଅମାନିଆ। ତେବେ ପ୍ରଥମଥର ପାଇଁ ମାସ୍କ ନ ପିନ୍ଧି ଜରିମାନା ଗଣିଛନ୍ତି ୧୬୦ଜଣ। ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ରବିବାର ଏମାନେ ନିୟମ ନ ମାନି ସହରରେ ବୁଲୁଥିଲେ। ପୋଲିସ ବିଭିନ୍ନ ଛକରେ ଯାଞ୍ଚ କରୁଥିବାବେଳେ ଏମାନଙ୍କୁ ଧରି ୨ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରି ମାସ୍କ ପିନ୍ଧାଇଛି। ଶିଶୁଭବନ ଛକରେ ଜଣେ ବିଧାୟକ ମଧ୍ୟ ମାସ୍କ ନ ପିନ୍ଧି ଯାଉଥିବାବେଳେ ଧରା ପଡିଥିଲେ। ହେଲେ ବରିଷ୍ଠ ନାଗରିକ ଭାବି ପୋଲିସ ତାଙ୍କୁ ଛାଡି ଦେଇଥିଲା। ସେହିଭଳି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ବାଇକ ଧରି ବୁଲୁଥିବା ୧୪୯୫ ଜଣଙ୍କ ବାଇକ ଜବତ କରାଯିବା ସହ ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ବାଇକ ଓ ମାସ୍କ ଯାଞ୍ଚ କଡାକଡି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Share