ମାସ୍କ ନ ପିନ୍ଧି ବିବାହ ଉତ୍ସବରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦେବନାଗିରି,୧୫।୬: କର୍ନାଟକର ସ୍ବାସ୍ଥମନ୍ତ୍ରୀ ବି. ଶ୍ରୀରାମମୁଲୁ ଏକ ବିବାହ ଉତ୍ସବରେ ମାସ୍କ ନ ପିନ୍ଧି ଯୋଗଦେଇଥିବା ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ପରମେଶ୍ୱର ନାଏକଙ୍କ ପୁଅ ବାହାଘରରେ ଯୋଗଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାକୁ ଆସିଛି। ତେବେ ଏହା ପ୍ରଥମ ଥର ନୁହେଁ ଜୁନ ୨ରେ ମଧ୍ୟ ଚିତ୍ରଦୁର୍ଗରେ ଏକ ପ୍ରୋସେଶନରେ ସେ ଯୋଗେଦେଇଥିବା ବେଳେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ କର୍ନାଟକ ସଂକ୍ରମିତଙ୍କ ସଂଖ୍ୟା ୬,୨୪୫ ରହିଛି।

Share