ମାସ୍କ ନ ମିଳିବାରୁ ରାଗିଲେ ଡାକ୍ତର

ବିଶାଖାପଟନମ,୭।୪: କରୋନା ସଂକ୍ରମଣଠାରୁ ଦୂରେଇ ରହିବାକୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କିଛି ରାଜ୍ୟରେ ଘୋଷଣା କରାଯାଇଛି। ହେଲେ ଯେଉଁଠି ଡାକ୍ତରଙ୍କ ପାଇଁ ମାସ୍କ ନାହିଁ ସେଠାରେ ସାଧାରଣ ଲୋକଙ୍କୁ କେତେ ମାସ୍କ ମିଳୁଥିବ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଆନ୍ଧ୍ରପ୍ରଦେଶ ବିଶାଖାପଟନମ ନରସିପାଟନମରେ କାର୍ଯ୍ୟରତ ଥିବା ଡାକ୍ତର ସୁଧାକର ରାଓଙ୍କୁ ଗୋଟିଏ ମାସ୍କ ଯୋଗାଇ ଦେଇ ଏହାକୁ ୧୫ ଦିନ ବ୍ୟବହାର କରିବା ଲାଗି କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ଡାକ୍ତର ରାଓ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ ଏହା କେତେଦୂର ଯୁକ୍ତିଯୁକ୍ତ। ସେ ଆହୁରି ମଧ୍ୟ କହିଛନ୍ତି କ’ଣ କରୋନା ଭାଇରସ ଏହି ସ୍ଥାନକୁ ଆସିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।

Share