ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୧୦ା୪ – ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଭଦ୍ରକ ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ପରିବା ମାର୍କେଟ୍‌, ମେଡିସିନ ଦୋକାନ, ଗ୍ରୋଶରୀ ଦୋକାନ, ପେଟ୍ରୋଲ ପମ୍ପ କିମ୍ବା ଯେକୌଣସି ସ୍ଥାନକୁ ଆସିଲେ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଇଛି। ଏପରିକି ରାସ୍ତାଘାଟରେ ପୋଲିସ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି ସଚେତନ କରାଯାଉଛି। ଯେଉଁ ବ୍ୟକ୍ତି ମାନେ ମାସ୍କ ପିନ୍ଧି ନ ଥିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି। ଭଦ୍ରକ ଜିଲାର ୧୭୬ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୬୨ଜଣଙ୍କ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩ଟି ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କ ରିପୋର୍ଟ ଆସି ନାହିଁ।