ମାସ୍କ ପିନ୍ଧି ନ ଥିବାରୁ ଜରିମାନା

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ପୋଲିସ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିନା ମାସ୍କରେ ଯାତାୟାତ କରୁଥିବା ୮ ଜଣଙ୍କ ଠାରୁ ୧୬୦୦ ଟଙ୍କା ଜରିମାନା ଆଦାୟ କରିଛି। ଥାନା ଏଏସଆଇ ଅନୁରାଗ ମହାନ୍ତି ଭଣ୍ଡାରିପୋଖରୀ, ସରସଦା, ଛତାବର ମଞ୍ଜୁରୀରୋଡ ଆଦି ଅଞ୍ଚଳରେ ଚଢାଉ କରି ଏହି ଜରିମାନା ଆଦାୟ କରିଥିଲେ।