ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ଜରିମାନା କଲେ ବିଡିଓ: ଧରାପଡ଼ିଲେ ଖବରଦାତା, ପୋଲିସ, ସରକାରୀ କର୍ମଚାରୀ

ଛତ୍ରପୁର, ୭ା୪(ଡି.ଏନ୍‌.ଏ.)- ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ମଙ୍ଗଳବାର ଲାଠି ଧରି ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଠାରୁ ଜରିମାନା ଆଦାୟ କରିବା ସହ ବାଇକ ଜବତ କରିଛନ୍ତି। ବ୍ରହ୍ମପୁରର ଜଣେ ଖବରଦାତା, ବ୍ଲକ କାର୍ଯ୍ୟାଳୟର ଚାଳକ, ଏସ୍‌ପି ଅଫିସର କନଷ୍ଟେବଳଙ୍କ ଠାରୁ ବିଡ଼ିଓ ଜରିମାନା ଆଦାୟ କରିଥିଲେ। ମାସ୍କ ପିନ୍ଧି ନ ଥିଲେ ସହରାଞ୍ଚଳରେ ୧ ହଜାର ଓ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Share