ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗୀର ଅଫିସ,୧୩ା୪: ଲକ୍‌ଡାଉନ୍‌ ନିୟମ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଲକ୍‌ଡାଉନ୍‌ କଟକଣା ବୃଦ୍ଧି କରାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମଧ୍ୟ ଲୋକେ ଚେତୁନାହାନ୍ତି। ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ କିଛି ଲୋକେ କଟକଣାକୁ ଖାତିର ନ କରି ବିନା କାମରେ ସହରରେ ମାସ୍କ ନ ପିନ୍ଧି ବୁଲୁଥିଲେ। ଆଦର୍ଶ ଥାନା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଉଥିବା ବେଳେ ଏମାନଙ୍କୁ ଧରି ୫୦ ଟଙ୍କା ଲେଖାଏ ଜରିମାନା ଆଦାୟ କରି ମାସ୍କ ପିନ୍ଧାଯାଇଥିଲା। ଆଗାମୀ ଦିନରେ ବାଇକ୍‌ ଓ ମାସ୍କ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ଆଇଆଇସି ସଂଗ୍ରାମ ପଟ୍ଟନାୟକ କହିଛନ୍ତି।

Share