ବରଗଡ଼ ଅଫିସ,୧୮।୪: କରୋନା (କୋଭିଡ-୧୯) ଭୂତାଣୁ ପ୍ରତିହତ କରିବା ପାଇଁ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପରିକି ଘରୁ ବାହାରି ସମୟରେ ମାସ୍କ ପିନ୍ଧି ନ ଥିଲେ ଜରିିମାନା ମଧ୍ୟ ଆଦାୟ କରାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ଶନିବାର ସକାଳୁ ବରଗଡ଼ ସହରର ଥାନାଛକରେ ଜର୍ନାଲିଷ୍ଟ ଆସୋସିଏସନ ଅଫ୍ ବରଗଡ଼ (ଜାବ) ପକ୍ଷରୁ ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଜାବର ସଭାପତି ରବି ନାରାୟଣ ପଣ୍ଡା, ଉପସଭାପତି ସରୋଜ ଷଡଙ୍ଗୀ, ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ସମେତ ଅନ୍ୟ ସଭ୍ୟମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।