ବରଗଡ଼ ଅଫିସ୍,୨୧।୪: ବରଗଡ଼ ଜିଲା ବରପାଲି ବ୍ଲକ କୁଶନପୁରୀ ଗ୍ରାମରେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବରଗଡ଼ର ନେହେରୁ ଯୁବକେନ୍ଦ୍ର ତରଫରୁ ସିଲେଇ ତାଲିମ କେନ୍ଦ୍ର ଖୋଲା ଯାଇଛି । ଏହି ତାଲିମ କେନ୍ଦ୍ରରେ ପ୍ରଶିକ୍ଷାର୍ଥିନୀମାନେ ମାସ୍କ ତିଆରି କରିଥିଲେ । ସେହି ମାସ୍କଗୁଡ଼ିକୁ ବଣ୍ଟନ କରାଯାଇଛି। ବରପାଲି ବିଡ଼ିଓ ତ୍ରିବିକ୍ରମ କୁମୁରା, ସରପଞ୍ଚ ଚତୁର୍ଭୁଜ ନାଗ ପ୍ରମୁଖ ଉପସ୍ଥିତ ରହି ତାହା ଅଞ୍ଚଳର ଲୋକଙ୍କୁ ବଣ୍ଟନ କରିଥିଲେ । ନେହେରୁ ଯୁବକେନ୍ଦ୍ର ତରଫରୁ ସଞ୍ଜୀବ ଗୁରୁ, ବଳବନ୍ତ ଷଣ୍ଢ, ରଶ୍ମିତା ବାରିକ ଏଥିରେ ସହଯୋଗ କରିଥିଲେ । ପ୍ରଦୀପ ଷଣ୍ଢ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।