ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ ବଜାରରେ ମାସ୍କ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ରହିଛନ୍ତି। ସେ ମାସ୍କ ବିକ୍ରି କରିବା ସହ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ନିଜେ ମାସ୍କ ପିନ୍ଧି ନ ଥିଲେ। ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ରାଜସ୍ବ ନିରୀକ୍ଷକ ବିଜୟ ବେହେରା, ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ଦାରିଙ୍ଗବାଡ଼ି ବଜାରରେ ବୁଲି ଏହି ଜରିମାନା ଆଦାୟ କରିଛନ୍ତି।

Share