ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଆହ୍ବାନ

ଗୁଡଭେଲା,୧୯।୪ଡି.ଏନ.ଏ.): ସମଗ୍ର ଦେଶରେ ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଚାଲିଛି। ଏହି ସମୟରେ ଡାକ୍ତର, ନର୍ସ, ପୋଲିସ, ପରାମେଡିକାଲ, ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀ ଗୋଟିଏ ଗୋଟିଏ ଯୋଦ୍ଧା। ଲୋକଙ୍କୁ ନିରାପଦ ରଖିବା ପାଇଁ ଏମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ଏହାକୁ ସ୍ବୀକାର କରି ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ, ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ଓ ତୁଷୁରା ଚିକିତ୍ସାଧିକାରୀ ଏଲ. ନାୟକଙ୍କୁ ଅଭିନନ୍ଦନ ଜ୍ଞାପନ ପତ୍ର ପ୍ରଦାନ କରାଯିବା ସହ ଧନ୍ୟବାଦ ଜ୍ଞାପନ କରାଯାଇଛି। ଅନ୍ୟପକ୍ଷରେ ଦିନକୁ ଦିନ କରୋନା ଭୟାବହତା ରାଜ୍ୟରେ ବଢ଼ି ଚାଲିଥିବାରୁ ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ମୁକେଶ କୁମାର ଜୈନ ନାମକ ଜଣେ ବ୍ୟକ୍ତି ତୁଷୁରା ବସଷ୍ଟାଣ୍ଡ, ଚିକିତ୍ସାଳୟ, ବଜାର, ଦୋକାନୀମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିଛନ୍ତି। ପ୍ରତିଦିନ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖିଲେ କରୋନା ଭଳି ଭୂତାଣୁ ଦୂରେଇ ହେବ ବୋଲି କହିଛନ୍ତି। ଦୀନବନ୍ଧୁ ବେହେରା, ଦୀପକ ଅଗ୍ରୱାଲ, ପ୍ରଦୀପ ସାହୁ, ଭାଜପା କୁରସୁଡ ମଣ୍ଡଳର ପ୍ରଭାରୀ ନିମାଇଁ ଚରଣ ବେହେରା, ଲୁଥୁରବନ୍ଧ ମଣ୍ଡଳ ପ୍ରଭାରୀ ବିପିନ ଠାକୁର, ଭ୍ରମର ସେଠ, ସୁରେନ୍ଦ୍ର ରଣା, ପ୍ରେମାନନ୍ଦ ସାହୁ, ଓମ ପ୍ରକାଶ ଶର୍ମା, ଲଷ୍ମଣ ମାଝି, ସୁରେନ ତାଣ୍ଡି ପ୍ରମୁଖ ଜୈନଙ୍କୁ ସହଯୋଗ କରିଥିଲେ।

Share