ମାସ୍କ, ସାନିଟାଇଜର୍‌ ଦେଇ ସଚେତନ କଲେ ଯବାନ

ଚନ୍ଦ୍ରପୁର,୧୫ା୪: ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ଡାଙ୍ଗସୋରଡ଼ାସ୍ଥିତ ସିଆର୍‌ପିଏଫ୍‌ ୮ମ ବାଟାଲିୟନ୍‌ ପକ୍ଷରୁ ବିଭିନ୍ନ ଗ୍ରାମରେ କରୋନାରୁ ସୁରକ୍ଷା ପାଇଁ ସଚେତନ କରିବା ସହ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାନିଟାଇଜର୍‌, ଡେଟଲ୍‌, ସାବୁନ୍‌ ଓ ସର୍ଫ ପ୍ରଦାନ କରାଯାଇଛି। ଯବାନମାନେ ଘର ଘର ବୁଲି ଲକ୍‌ଡାଉନ ସମୟରେ ଘରେ ରହିବାକୁ ବୁଝାଇବା ସହ ସାମାଜିକ ଦୂରତା ପାଳନ କରିବା ଓ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ସିଆର୍‌ପିଏଫ୍‌ ଇନ୍ସପେକ୍ଟର ବୀରେନ୍ଦ୍ର ବାହାଦୁର ସିଂ, ଶଂଶଧର ପାଟୋଲିଆଙ୍କ ନେତୃତ୍ୱରେ ଡାଙ୍ଗସୋରଡ଼ା, ପିସ୍କାପଙ୍ଗା ଓ ଝୁରିଗୁଡ଼ା ପଞ୍ଚାୟତର ଅନେକ ଗରିବ ପରିବାରଙ୍କୁ ସୁରକ୍ଷା ପାଇଁ ସାମଗ୍ରୀ ଦେବା ସହ ସଚେତନ କରାଯାଇଥିବା ଇନ୍ସପେକ୍ଟର ସିଂ ସୂଚନା ଦେଇଛନ୍ତି।