Categories: ବାଣିଜ୍ୟ

ମାସ୍କ, ସାନିଟାଇଜର ଉପଲବ୍ଧତା ନିଶ୍ଚିତ କର: ଏନ୍‌ପିପିଏ

ନୂଆଦିଲ୍ଲୀ,୩୦। ୩: ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଉପଲବ୍ଧତା ନିଶ୍ଚିତ କରାଇବା ଲାଗି ନ୍ୟାଶନାଲ ଫାର୍ମାସିଟିକାଲ ଅଥରିଟି (ଏନ୍‌ପିପିଏ) ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛି। କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଏହି ସାମଗ୍ରୀଗୁଡିକର ଉପଲବ୍ଧତା ଏବଂ ଯୋଗାଣ ଯେଭଳି ବାଧାପ୍ରାପ୍ତ ନ ହୁଏ ତାକୁ ବିଚାର କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ରହିଛି। ଏହି ପ୍ରସଙ୍ଗ ଉପରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିବା ଏନ୍‌ପିପିଏ ଅଧ୍ୟକ୍ଷ ଶୁଭ୍ରା ସିଂ ସୂଚନା ଦେଇଛନ୍ତି। ସେହିଭଳି ଏହି ସାମଗ୍ରୀର ଉତ୍ପାଦନ ସହ ମେଡିସିନ ଏବଂ ମେଡିକାଲ ଡିଭାଇସର ଯୋଗାଣ ଉପରେ ଧ୍ୟାନ ରଖିବାକୁ କୁହାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ସାମଗ୍ରୀଗୁଡିକର ଚାହିଦା ଏବେ ବଢିଛି। ଅଧିକ ସଂଖ୍ୟକ ଉତ୍ପାଦନକାରୀ ନ ଥିବାରୁ ସବୁ ସ୍ଥାନରେ ସାମଗ୍ରୀ ପହଞ୍ଚାଇବା ସମ୍ଭବପର ହେଉନାହିଁ। ମାନୁଫାକଚରଙ୍କ ସହ ସମନ୍ବୟ ରଖାକରିବା ଲାଗି କୁହାଯାଇଛି।

Share