Advertisement

ମାସ୍କ, ସାବୁନ ବାଣ୍ଟିଲେ, କରୋନା ନେଇ ଲୋକଙ୍କୁ ସଚେତନ କଲେ

କୋକସରା, ୨୫ା୪ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ ଓ ସମିତି ସଭ୍ୟା ମାଧୁରୀ ନାଏକ ଶନିବାର ଆମପାଣି ସାପ୍ତାହିକ ବଜାରରେ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିସହ କରୋନା ଉପରେ ସଚେତନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଥିଲେ। ଘରୁ ବାହାରିଲେ ମାସ୍କ ପିନ୍ଧିବା, ଘରକୁ ଗଲେ ସାବୁନରେ ହାତ ଧୋଇବା, ନିହାତି ଜରୁରୀ ନ ଥିଲେ ଘରୁ ନ ବାହାରିବା ଓ ସରକାରଙ୍କ ଦ୍ୱାରା ଜାରି ନିୟମଗୁଡିକ ମାନିବା ପାଇଁ ଲୋକଙ୍କୁ ଉଭୟ ଜନ ପ୍ରତିନିଧି ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାସ୍କର ରାଓ, ବିଘ୍ନେଶ୍ୱର ନାଏକ, ସୁବାସ ନାଏକ, ତାପସ ରଞ୍ଜନ ରାୟ, ବିଜୟ ପଣ୍ଡା, କେଶବ ବେଣୁପାଣି ପମୁଖ ଉପସ୍ଥିତ ଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share