ମାସ୍କ, ସାବୁନ ବାଣ୍ଟିଲା ଜନଜାଗରଣ ମଞ୍ଚ

ଖଇରା,୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜନକଲ୍ୟାଣ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆସିଥିବା ଜନଜାଗରଣ ମଞ୍ଚ ପୁଣିଥରେ ଅସହାୟଙ୍କୁ ସହାୟତା କରି ଉଦାହରଣ ପାଲଟିଛି। ୧୨ତାରିଖରୁ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ସଭ୍ୟମାନେ ଖଇରା ବ୍ଲକର ବିଭିନ୍ନ ବସ୍ତି ଓ ସାହି ଅଞ୍ଚଳକୁ ଯାଇ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହାସହ ମାସ୍କ ଓ ସାବୁନ ବାଣ୍ଟି ହାତ ଧୋଇବାର କୌଶଳ ଶିଖାଇଛନ୍ତି ା ୧୨ତାରିଖରୁ ସୁଣ୍ଢିରା ପଞ୍ଚାୟତର ସୁଣ୍ଢିରା ଓ ପୂର୍ବପଡା ଗ୍ରାମର ବିଭିନ୍ନ ସାହି, ୧୩ତାରିଖରେ ଗୋଳିହା ପଞ୍ଚାୟତର ମନୋହରପୁର, ମୁହଁଚୁଆଁ ପାଣିଛତ୍ର ଏବଂ ଅମରିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ମାସ୍କ ବାଣ୍ଟିବା ଅବସରରେ ସମସ୍ତେ ଘରେ ରୁହନ୍ତୁ ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଥିଲେ ା ୧୪ତାରିଖରେ ଖଇରା ପଞ୍ଚାୟତର ବଣପାରିଆ, ନଟାପଡା, ସାରୁଗାଁ ପଞ୍ଚାୟତର କାକୁଡିଆ ଆଦି ଗ୍ରାମକୁ ଯାଇ ବଣ୍ଟନ କାର୍ଯ୍ୟ ଶେଷ କରିଥିଲେ। ୧୫ ତାରିଖରେ ନହଙ୍ଗ ଗ୍ରାମରେ ଓ ୧୬ତାରିଖରେ ସାରଡାଙ୍ଗ ପଞ୍ଚାୟତର ଅଲିପୁର, ବୁରେଇସାହି ଏବଂ ହନ୍ନବାବିରେ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିରେ ମଞ୍ଚର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପତ୍ରୀ, କୈଳାସ ପୃଷ୍ଟି, ବୁଦ୍ଧିରାମ ପାଣିଗ୍ରାହୀ, ସରପଞ୍ଚ ସୁଦର୍ଶନ ସେଠୀ, ମାୟାଧର ନାୟକ, ଦେବେନ୍ଦ୍ର ରାଉତ, ମଧୁସୂଦନ ରାଉଳ, ନରେନ୍ଦ୍ର ବେହେରା, ଛାୟାକାନ୍ତ ମହାନ୍ତି ଓ ସୁରେନ୍ଦ୍ର ଦଳେଇ ପ୍ରମୁଖ ସହଯୋଗ କରିଥିଲେ।