Categories: ପୁରୀ

ମାସ୍କ, ସାବୁନ ବାଣ୍ଟି ସଚେତନ କଲେ ମହିଳା

ଗୋପ,୧ା୪(ଡି.ଏନ୍‌.ଏ)- କରୋନା ସଂକ୍ରମଣ ରୋକିବା ନେଇ ସରକାର ସଚେତନତାଠାରୁ ଆରମ୍ଭ କରି ଲକଡାଉନ ଭଳି ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଭଳି ସମୟରେ ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତ ଅଧୀନ ସୁବର୍ଣ୍ଣପୁର ଗ୍ରାମର ମିନାକ୍ଷୀ ପୁଷ୍ଟି ଗାଁ ଗଁା ବୁଲି ମାସ୍କ ଓ ସାବୁନ ବାଣ୍ଟି ଲୋକଙ୍କୁ କରୋନା ସଚେତନତା କରୁଛନ୍ତି। ବ୍ଲକର ମହିଳା ମହାସଂଘର ସଭାପତି ପୁଷ୍ଟି ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ଦୁର୍ବିପାକରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ଯଥାସମ୍ଭବ ସାହାଯ୍ୟ କରିଆସୁଛନ୍ତି। ଲକଡାଉନ ଯୋଗୁ ଗାଁ ଗହଳିରେ ସାଧାରଣ ଲୋକେ ଘରେ ରହୁଥିବାବେଳେ ମିନାକ୍ଷୀ ନିଜେ ଗଣେଶ୍ୱରପୁର ପଞ୍ଚାୟତରେ ଥିବା ୧୮୦୦ ଶହରୁ ଊଦ୍ଧର୍‌ବ ପରିବାରକୁ ଗୋଟିଏ ମାସ୍କ, ସାବୁନ ବାଣ୍ଟିବା ସହ ସାମାଜିକ ଦୂରତା ବଜାୟ ରଖିବା, ଘରେ ରହିବାକୁ ଲୋକଙ୍କୁ ବୁଝାଇଛନ୍ତି। ସେ ନିଜ ଉଦ୍ୟମରେ ମାସ୍କ ତିଆରି କରିବା ସହ ନିଜ ଖର୍ଚ୍ଚ କାଟ କରି ସାବୁନ କ୍ରୟ କରିଥିବା କହିଛନ୍ତି। ତାଙ୍କର ଏହି ସଚେତନତା କାର୍ଯ୍ୟକ୍ରମ ନିଶ୍ଚିତ ଗ୍ରାମାଞ୍ଚଳର ଲୋକଙ୍କ ଲାଗି ସହାୟକ ହୋଇପାରିବ ବୋଲି କହିଛନ୍ତି। ମିନାକ୍ଷୀଙ୍କ ଏପରି ସଚେତନତା କାର୍ଯ୍ୟକ୍ରମ ଲାଗି ସାଧାରଣରେ ପ୍ରଶଂସା କରାଯାଇଛି।