Categories: ଜାତୀୟ

ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ

ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ, ମହମ୍ମଦ ଶାମଶଦ ଏବଂ ମହମ୍ମଦ ନିଶାଦଙ୍କ ବିରୋଧରେ ବର୍ତ୍ତମାନର ମାହୁନ୍ତ ମହମ୍ମଦ ମକ୍‌ସୁଦ ଏତଲା ଦାଏର କରିଛନ୍ତି। ତାଙ୍କ ସହ ବିବାଦରୁ ପୂର୍ବତନ ମାହୁନ୍ତମାନେ ହାତୀକୁ ବିଷଦେଇ ମାରିଦେଲେ ବୋଲି ସେ ଏତଲାରେ ଉଲ୍ଲେଖ କରିଥିବା ଡିଏସପି ରାଜନ ସିହ୍ନା କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିଲାବେଳେ ପ୍ରାଣୀଡାକ୍ତରମାନଙ୍କ ଏକ ଟିମ୍‌ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି। ବନ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ହାତୀକୁ ସମାଧି ଦିଆଯାଇଛି।

Share