Categories: ଜାତୀୟ

ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଖିଳେଶ

ଲକ୍ଷ୍ନୌ,୧୫।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି(ଏସପି)ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍‌ ଯୋଗେ ମାୟାବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଏସ୍‌ପି ଏବଂ ଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ମାୟାବତୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଅଖିଳେଶ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଏଥର ତାହା ହୋଇନାହିଁ। ନିର୍ବାଚନ ପରେ ଏସ୍‌ପି ହାତ ଛାଡିଦେଇଥିଲେ ମାୟାବତୀ। ସେବେଠୁ ଉଭୟଙ୍କ ମଧ୍ୟରେ ଦୂରତା ବଢିଯାଇଛି।

Share