Categories: ଜାତୀୟ

ମାୟାବତୀଙ୍କୁ ଝଟ୍‌କା: କଂଗ୍ରେସ ହାତ ଧରିଲେ ୬ ବିଏସ୍‌ପି ବିଧାୟକ

ଜୟପୁର,୧୭।୯: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଲାଗିଛି ଝଟ୍‌କା। କାରଣ ଏଠାକାର ବହୁଜନ ସମାଜ ପାର୍ଟିର ୬ ଜଣ ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ବିଏସ୍‌ପି ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି। ସୋମବାର ଏମାନେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଏବେ ଏଠାରେ କଂଗ୍ରେସର ସ୍ଥିତି ଦୃଢ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ତେବେ ସାମ୍ପ୍ରଦାୟିକ ଶକ୍ତିର ମୁକାବିଲା କରିବାକୁ ଏମାନେ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି।

Share